ମହାକୁମ୍ଭରେ ପତ୍ନୀ ପତ୍ରଲେଖାଙ୍କ ସହ ବୁଡ ପକାଇଲେ ରାଜକୁମାର, କହିଲେ-ମୁଁ ବହୁତ ଖୁସି...

Published By : Prameya-News7 Bureau | February 10, 2025 IST

ମୁମ୍ଵାଇ ୧୦।୦୨; ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାକୁଛି ମହାକୁମ୍ଭ ମେଳା। ଏଥିରେ ବଲିଉଡର ଅନେକ ଅଭିନେତା ସଙ୍ଗମରେ ବୁଡ ପକାଇ ସାନିଧ୍ୟ ଲାଭ କରୁଛନ୍ତି । ଏହାରି ମଧ୍ୟରେ ସଙ୍ଗମରେ ବୁଡ ପକାଇଲେ ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ତାଙ୍କ ପତ୍ନୀ ପତ୍ରଲେଖା ।

ଏନେଇ ରାଜକୁମାର କହିଛନ୍ତି ଯେ, ସଙ୍ଗମରେ ବୁଡ ପକାଇବାକୁ ମୁଁ ବହୁତ ଉତ୍ସାହିତ ଅଛି । ଆମେ ପୂର୍ବରୁ ଏଠାକୁ ଆସିସାରିଛୁ। ମୁଁ ଏବଂ ମୋ ସ୍ତ୍ରୀ ଗଙ୍ଗାମାଆଙ୍କୁ ବହୁଲ ଭଲ ପାଉ । ତାଙ୍କୁ ମହାକୁମ୍ଭରେ ରହିବା କଥା ନେଇ ପ୍ରଶ୍ନ କରିବା ପରେ ସେ ଉତ୍ତର ଦେଇଛନ୍ତି ଆମେ ସ୍ବାମୀଜୀ ପରମାର୍ଥ ନିକେତନ ଆଶ୍ରମରେ ଆଶ୍ରୟ ନେଇଛୁ ।  ଯେତେବେଳେ ତାଙ୍କୁ ମହାକୁମ୍ଭରେ ଭିଡ ନେଇ ପ୍ରଶ୍ନ କରାଯାଇଥିଲା ସେ କହିଛନ୍ତି, ଏଠାରେ ଲକ୍ଷ ନୁହେଁ କୋଟିକୋଟି ଭକ୍ତ ଆସୁଛନ୍ତି । ଏହା ମହାକୁମ୍ଭର ଶକ୍ତି ଯେ ସେ ସମଗ୍ର ବିଶ୍ବକୁ ଏକତ୍ରିତ କରିପାରୁଛି । ମହାକୁମ୍ଭକୁ ଆସି ବୁଡ ପକାଇବା ସମସ୍ତଙ୍କ ପାଇଁ ଭାଗ୍ୟର କଥା । ଭଗବାନଙ୍କ ଦୟାରୁ ଆମେ ଏଠାକୁ ଆସିପାରିଛୁ ଏବଂ ବୁଡ ପକାଇବାକୁ ଅବସର ମିଳିଛି ସେଥିପାଇଁ ଆମେ ଋଣୀ ।

ମହାକୁମ୍ଭକୁ ନେଇ ସିନେମା ନିର୍ମାଣ ଉପରେ ସେ କହିଛନ୍ତି ଯଦି କୌନସି କାହାଣୀ ମିଳୁଛି ଯେମିତି ମୁଁ କହିଥିଲି ଏହା ଏକ ଯାଦୁର ପରିବେଶ। ଏଠାରେ ଆଧ୍ୟତ୍ମିକତା ପରିବେଶ ଅଛି । ଯଦି ଏହା ଉପରେ କିଛି ହୋଇପାରିବ ତାହେଲେ ଭଲ କଥା । କିଛିଦିନ ପୂର୍ବରୁ ରାଜକୁମାର ରାଓ ନିଜ ସ୍ତ୍ରୀ ପତ୍ରଲେଖାଙ୍କ ସହ ମିଶି ନିଜ ପ୍ରଡକ୍ସନ ହାଉସର ଶୁଭାରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.